Sorry, you need to enable JavaScript to visit this website.

alt

Centenary in honour of Professor Baidyanath Misra (22.Nov.2020)

...

Nabakrushna Choudhury Centre for Development Studies (NCDS) pays tribute to its founder Director ୰ Professor Baidyanath Misra who breathed his last a year ago on 8 May 2019, a few days after cyclone Fani. And, today we are in the midst of lockdown on account of coronavirus disease 2019 (COVID-19). True to ୰ Professor Baidyanath Misra’s spirit, NCDS contributed to research on impact of Fani and has also been spearheading some policy briefs during COVID-19.

With the COVID-19 pandemic, we seem to have entered a phase where the new normal is to minimize face-to-face interactions. Keeping this in mind, we at NCDS propose to celebrate 22 November 2020, the day ୰ Professor Baidyanath Misra would have turned a centenarian with a remembrance event. This proposal is an expression of interest and we would seek to take this forward in collaboration with and support of other institutions and individuals who have been associated with ୰ Professor Baidyanath Misra.

The remembrance will have two broad parts. One is a collection of messages and memoirs, which can be in written, audio, video or other formats. The other is a collection of essays, which we plan to bring out as a volume. All are requested to send their messages, memoirs, essays or any other material in remembrance of ୰ Professor Baidyanath Misra to Dr. Biswabas Patra at with a copy to Director, NCDS . We will share more details in days to come.

ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ୰ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ। ଗତବର୍ଷ ଘୁର୍ଣ୍ଣିବାତ୍ୟା ଫଣୀ ର କିଛି ଦିନ ପରେ ୮ ମଇ ୨୦୧୯ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏକବର୍ଷ ପରେ ଆଜି ଆମେ ସବୁ କରୋନା ଭାଇରସ୍ ରୋଗ ୨୦୧୯ (କୋଭିଡ-୧୯) ହେତୁ ତାଲାବନ୍ଧ ମଧ୍ୟରେ ଅଛୁ। ୰ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ଅମର ଆତ୍ମା ​​ପ୍ରତି ସଦଭାବନା ରଖି, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଫଣୀର ପ୍ରଭାବ ଉପରେ ଗବେଷଣା କରିବାରେ ସହଯୋଗ କରିଥିଲା ​​ଏବଂ କୋଭିଡ-୧୯ ସମୟରେ କିଛି ନୀତିପତ୍ର ବକ୍ତବ୍ୟରେ ମଧ୍ୟ ନେତୃତ୍ୱ ନେଇଅଛି।

କୋଭିଡ-୧୯ ମହାମାରୀ ଯୋଗୁ ଆମର କାର୍ଯ୍ୟକ୍ରମର ପ୍ରଣାଳୀରେ ସାମ୍ନାସାମ୍ନି ଆଦାନପ୍ରଦାନ କମ୍ କରିବା ପାଇଁ ପରିସ୍ଥିତି ବାଧ୍ୟ କରୁଅଛି। ଏହାକୁ ଧ୍ୟାନରେ ରଖି ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ୨୨ ନଭେମ୍ବର ୨୦୨୦ ରେ ୰ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ଏକଶତତମ ଜୟନ୍ତୀ ଉପଲକ୍ଷେ ଏକ ସ୍ମରଣୀୟ କାର୍ଯ୍ୟକ୍ରମ ପାଳନ କରିବାକୁ ପ୍ରସ୍ତାବ ରଖୁଅଛୁ। ଏହି ପ୍ରସ୍ତାବଟି ଆଗ୍ରହର ଏକ ଅଭିବ୍ୟକ୍ତି ଏବଂ ଆମେ ୰ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ସହ ଜଡିତ ଅନ୍ୟ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ସମର୍ଥନ ଏବଂ ସହଯୋଗରେ ଏହାକୁ ସଫଳ କରିବାକୁ ଚେଷ୍ଟା କରିବୁ।

ସ୍ମରଣୀକାଟିରେ ଦୁଇଟି ବିସ୍ତୃତ ଅଂଶ ରହିବ। ଗୋଟିଏ ହେଉଅଛି ବାର୍ତ୍ତା ଏବଂ ସ୍ମୃତିର ଏକ ସଂଗ୍ରହ, ଯାହା ଲିଖିତ, ମୌଖିକ ବା ଅଡିଓ, ଭିଡିଓ କିମ୍ବା ଅନ୍ୟାନ୍ୟ ରୂପରେ ହୋଇପାରେ। ଦ୍ୱିତୀୟଟି ହେଉଅଛି ପ୍ରବନ୍ଧଗୁଡ଼ିକର ସଂଗ୍ରହ, ଯାହାକୁ ଆମେ ଏକ ପୁସ୍ତକ ଭାବରେ ଆଣିବାକୁ ଯୋଜନା କରୁଅଛୁ। ୰ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ସ୍ମରଣୀକା ପାଇଁ ଅପଣମାନଙ୍କର ବାର୍ତ୍ତା, ସ୍ମୃତି, ପ୍ରବନ୍ଧ ଇତ୍ୟାଦି ଡକ୍ଟର ବିଶ୍ବବାସ ପାତ୍ର ତଥା ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ପଠାଇବାକୁ ଅନୁରୋଧ କରାଯାଉଅଛି। ଆଗାମୀ ଦିନରେ ଆମେ ଅଧିକ ବିବରଣୀ ପ୍ରଦାନ କରିବୁ।

© 2016 All right reserved